ବିଜୁ କେବିକେ

ବିଜୁ କେବିକେ ଯୋଜନା(ବିଜୁ କେବିକେ)

ରାଜ୍ୟର ସବୁଠାରୁ ଅଧିକ ପଛୁଆ ଅଞ୍ଚଳଭାବେ ପରିଚିତ କେବିକେ ଅଞ୍ଚଳର ଉନ୍ନତି ପାଇଁ “ବିଜୁ କେବିକେ” ଯୋଜନାଟି ଆରମ୍ଭ କରାଯାଇଛି । ଏହା ରାଜ୍ୟ ସରକାରଙ୍କ ନିଜସ୍ଵ ଯୋଜନା ଅଟେ ।

ଦାରିଦ୍ର୍ୟ ଦୂରୀକରଣ ପାଇଁ ସରକାର କୃଷିକ୍ଷେତ୍ରରେ ନୂଆ ଉଠା ଜଳ ସେଚନ ପ୍ରକଳ୍ପ କିମ୍ବା ପୁରାତନ ପ୍ରକଳ୍ପର ପୁନରୁଦ୍ଧାର କାର୍ଯ୍ୟ ପାଇଁ ବ୍ୟବସ୍ଥା କରିଛନ୍ତି ।

ଏହି ଯୋଜନାକୁ କାର୍ଯ୍ୟକାରୀ କରିବାପାଇଁ ଉଠା ଜଳ ସେଚନ ନିର୍ବାହୀ ଯନ୍ତ୍ରୀଙ୍କଠାରୁ ପ୍ରକଳ୍ପ ଗୁଡିକର ଏକ ତାଲିକା ଜିଲ୍ଲା କଲେକ୍ଟରଙ୍କୁ ଦିଆଯାଇ ଅନୁମୋଦନ କରାଯାଇଥାଏ । DPR ଗୁଡିକ ଜିଲ୍ଲା କଲେକ୍ଟରଙ୍କୁ ଦେବାପରେ ଅର୍ଥ ମଞ୍ଜୁରୀ ହୋଇ କାର୍ଯ୍ୟ ଆରମ୍ଭ ହୁଏ । ଶେଷରେ ପ୍ରକଳ୍ପଗୁଡିକ ଚାଳନ ଓ ରକ୍ଷଣା ବେକ୍ଷଣା ପାଇଁ ଚାଷୀକମିଟିକୁ ହସ୍ତାନ୍ତର କରାଯାଇଥାଏ ।

odishalift.com