ଆଇଏପି

ଆଇଏପି ଯୋଜନା – ଆଇଏପି

ଏହା ଏକ କେନ୍ଦ୍ରୀୟ ଯୋଜନା । ରାଜ୍ୟ ସରକାର ରାଜ୍ୟର ଆଦିବାସୀ ଓ ପଛୁଆ ଅଞ୍ଚଳର ଉନ୍ନତି ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ଉକ୍ତ ଯୋଜନା ଅନ୍ତର୍ଗତ ଜିଲ୍ଲାରେ ଜଳସେଚନର ବ୍ୟାପକ ପ୍ରସାର ନିମନ୍ତେ ଜିଲ୍ଲା କଲେକ୍ଟର ଉଠାଜଳସେଚନ ନିର୍ବାହୀ ଯନ୍ତ୍ରୀଙ୍କୁ ପ୍ରକଳ୍ପ ତାଲିକା ଦେବାପାଇଁ ନିର୍ଦେଶ ଦେଇଥାନ୍ତି ।ଏହି ଯୋଜନାରେ ନୂତନ ଉଠାଜଳସେଚନ ପ୍ରକଳ୍ପ ସ୍ଥାପିତ ହେବା ସଙ୍ଗେ ସଙ୍ଗେ ପୁରାତନ ପ୍ରକଳ୍ପ ଗୁଡିକର ମଧ୍ୟ ମରାମତି କରାଯାଇଥାଏ । ପ୍ରକଳ୍ପ ଗୁଡିକର ଅନୁମୋଦନ ପରେ DPR ପ୍ରସ୍ତୁତ କରାଯାଇ ଜିଲ୍ଲା କଲେକ୍ଟରଙ୍କୁ ଦାଖଲ କରାଯାଇଥାଏ । କଲେକ୍ଟରଙ୍କ ନିକଟରୁ ଅର୍ଥ ଅନୁଦାନ ପ୍ରାପ୍ତି ପରେ କାର୍ଯ୍ୟ ଆରମ୍ଭ ହୁଏ ଓ ଶେଷରେ ଏହା ଚାଷୀକମିଟିକୁ ହସ୍ତାନ୍ତର କରାଯାଇ ଥାଏ ।

odishalift.com