ଡବ୍ଲୁ ଓ ଡି ସି

ପଶ୍ଚିମ ଓଡିଶା ବିକାଶ ପରିଷଦ (ୱେଷ୍ଟର୍ନ ଓଡ଼ିଶା ଡେଭଲପମେଣ୍ଟ କାଉନସିଲ)

ରାଜ୍ୟରେ ଆଞ୍ଚଳିକ ବୈଷମତା ଦୂର କରିବା ପାଇଁ ପଶ୍ଚିମ ଓଡିଶା ବିକାଶ ପରିଷଦ ଗଠନ କରାଯାଇଛି । ଉକ୍ତ ପରିଷଦଟି ରାଜ୍ୟର ଅନଗୁଳ (ଆଠମଲ୍ଲିକ ସବ୍ଡିଭିଜନ), ବରଗଡ଼, ବଲାଙ୍ଗିର, ବୌଦ୍ଧ, ଦେଓଗଡ, ଝାରସୁଗୁଡା, କଳାହାଣ୍ଡି, ନୂଆପଡା, ସମ୍ବଲପୁର, ସୁବର୍ଣ୍ଣପୁର ଓ ସୁନ୍ଦରଗଡ଼ ଜିଲ୍ଲାକୁ ନେଇ ଗଠିତ । ଉକ୍ତ ଜିଲ୍ଲା ଗୁଡିକର ଉନ୍ନତି ପାଇଁ ଉଠା ଜଳ ସେଚନ ପ୍ରକଳ୍ପମାନ ପ୍ରତିଷ୍ଠା କରାଯାଉଅଛି।

ଉଠାଜଳ ସେଚନ ପ୍ରକଳ୍ପଗୁଡିକର ତାଲିକା (ନୂତନ ପ୍ରକଳ୍ପ କିମ୍ବା ପୁରାତନ ପ୍ରକଳ୍ପର ପୁନରୁଦ୍ଧାର) ମାନ୍ୟବର ବିଧାୟକମାନେ ପରିଷଦରେ ଦାଖଲ କରିଥାନ୍ତି । ପ୍ରକଳ୍ପଗୁଡିକ ପରିଷଦଦ୍ଵାରା ଅନୁମୋଦିତ ହେଲା ପରେ ଏ ସମ୍ବନ୍ଧରେ ନିକଟସ୍ଥ ଉଠା ଜଳ ସେଚନ ନିର୍ବାହୀ ଯନ୍ତ୍ରୀ ପ୍ରକଳ୍ପର ଅନୁସନ୍ଧାନ କାର୍ଯ୍ୟ ଆରମ୍ଭ କରନ୍ତି । ଏଥିରେ ସଫଳ ହୋଇଥିବା ପ୍ରକଳ୍ପକୁ ଉଠାଜଳସେଚନ ନିର୍ବାହୀ ଯନ୍ତ୍ରୀ ମୂଲ୍ୟାଙ୍କନକରି ଏକ ସମ୍ପୁର୍ଣ୍ଣ ପ୍ରକଳ୍ପ ବିବରଣୀ (DPR) ପ୍ରସ୍ତୃତ କରନ୍ତି ଓ ପରିଷଦ ନିକଟକୁ ପଠାଇଥାନ୍ତି । ପରିଷଦ ଏହା ଉପରେ ବିଚାରକରି ପ୍ରକଳ୍ପଟିକୁ ଅନୁମୋଦନ ଦେଇ ଅର୍ଥ ମଞ୍ଜୁରୀ କରିଥାନ୍ତି । ଅନୁଦାନ ମିଳିଲା ପରେ କାର୍ଯ୍ୟ ଆରମ୍ଭ ହୁଏ । ପ୍ରକଳ୍ପଟି ସମ୍ପୁର୍ଣ୍ଣ ହେବାପରେ ଚାଷୀ କମିଟିକୁ ଦାୟିତ୍ଵ ହସ୍ତାନ୍ତର କରାଯାଏ ।

odishalift.com